ରୁଷିକୁ ଝଟକା: ଟିଭି ଚ୍ୟାନେଲ ଉପରେ ରୋକ ଲଗାଇଲା ୟୁଟ୍ୟୁବ!

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ମଧ୍ୟରେ ରୁଷକ ଝଟକା ଦେଇଛି ୟୁଟ୍ୟୁବ । ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ କରିବା ନେଇ ବିଭିନ୍ନ ଦେଶର ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଉଛନ୍ତି । ସେହିପରି ଅନେକ ବଡ ବଡ କମ୍ପାନୀ ମଧ୍ୟ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ନେଇଥିବା ଜଣପାଡିଛି । ଏହାଭିତରେ ୟୁଟ୍ୟୁବ ମଧ୍ୟ ରୁଷର ଆରଟି ଓ ଏବଂ ଅନ୍ୟାନ୍ୟ ଟିଭି ଚ୍ୟାନେଲ ଉପରେ ହେଉଥିବା ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛି ।

ଏକ ରିପୋର୍ଟ ଅନୁଯାୟୀ ଗୁଗୁଲ ରୁଷର ମାଲିକାନା ଆରଟି ଏବଂ ଅନ୍ୟାନ୍ୟ ଟିଭି ଚ୍ୟାନେଲ ଗୁଡ଼ିକ ୟୁଟ୍ୟୁବରେ ସେମାନଙ୍କର ଭିଡିଓ ଭିୟୁ ଏବଂ ବିଜ୍ଞାପନରୁ ହେଉଥିବା ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛି । ଅନ୍ୟପକ୍ଷରେ ଫେସବୁକ ମଧ୍ୟ ପ୍ରତିବନ୍ଧକ ଲଗାଇବରେ ଉପରେ ନିଷ୍ପତ୍ତି ନେଇଛି । ଫେସବୁକ ମଧ୍ୟ ମିଡିଆ ହାଉସରେ ବ୍ୟବହାର କରାଯାଇ ଟଙ୍କା ରୋଜଗାର କରିବାକୁ ବାରଣ କରିଛି ।