ରୁଷ-ୟୁକ୍ରେନ ୧୪୦ ଦିନର ଯୁଦ୍ଧ ଚିନ୍ତାର ବିଷୟ : ଭାରତ

ସେ ମଧ୍ୟ କହିଛନ୍ତି ଯେ ଆମ ମତରେ ନିର୍ଦ୍ଦୋଷ ଲୋକଙ୍କର ଜୀବନ ବଦଳରେ କୌଣସି ସମାଧାନର ରାସ୍ତା ବାହାରିପାରିବ ନାହିଁ…

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ପ୍ରାୟ ୧୪୦ ଦିନ ଧରି ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରିଚାଲିଛି । ଏହାଦ୍ୱାରା ୟୁକ୍ରେନର ଅନେକ ସହର ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ଲକ୍ଷ ଲକ୍ଷ ଲୋକ ଗୃହଶୂନ୍ୟ ହୋଇଛନ୍ତି । ଇତି ମଧ୍ୟରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବଡ଼ଧରଣର ବୟାନ ଦେଇଛି । ଭାରତୀୟ ସ୍ଥାୟୀ ମିଶନର କାଉନସେଲର କହିଛନ୍ତି ଯେ ଭାରତ ୟୁକ୍ରେନ ସ୍ଥିତିକୁ ନେଇ ଚିନ୍ତିତ ଅଛି । ଆମେ ୟୁକ୍ରେନ ନାଗରିକଙ୍କର ପୀଡାକୁ କମ କରିବା ପାଇଁ ସମସ୍ତ ପ୍ରୟାସର ସମର୍ଥନ କରୁଛୁ । ସେ କହିଛନ୍ତି ଯେ ବିଶେଷତ ସଂଘର୍ଷ ମଧ୍ୟରେ ମହିଳା, ଶିଶୁ ଏବଂ ବରିଷ୍ଠ ଲୋକମାନଙ୍କର ଜୀବନ ହାନୀ ହୋଇଥିବା ବେଳେ ବହୁ ନାଗରିକ ଭୟଙ୍କର ଦୁଃଖରେ କାଳାତିପାତ କରୁଛନ୍ତି ।

ଯୁଦ୍ଧ ସମୟରେ ସେମାନଙ୍କର ପ୍ରଭୁତ କ୍ଷତି ଘଟିଛି । ସେ ମଧ୍ୟ କହିଛନ୍ତି ଯେ ଆମ ମତରେ ନିର୍ଦ୍ଦୋଷ ଲୋକଙ୍କର ଜୀବନ ବଦଳରେ କୌଣସି ସମାଧାନର ରାସ୍ତା ବାହାରିପାରିବ ନାହିଁ । ବୈଶ୍ୱିକ ବ୍ୟବସ୍ତା, ଆନ୍ତର୍ଜାତିକ ଆଇନ, ମିଳିତ ଜାତିସଂଘ ଚାର୍ଟର ଏବଂ ଆଞ୍ଚଳିକ ଅଖଣ୍ଡତା ତଥା ଦେଶଗୁଡିକର ସାର୍ବଭୌମତ୍ୱର ସମ୍ମାନ ଉପରେ ଆଧାରିତ । ସେ ଆହୁରି କହିଛନ୍ତି ଯେ ୟୁକ୍ରେନ ସହିତ ଭାରତ ରହିଛି । ସଂଘର୍ଷର ଆରମ୍ଭରେ ଭାରତ ଲଗାତାର ଭାବରେ ଶତ୍ରୁତାକୁ ସମ୍ପୂର୍ଣ୍ଣ ଭାବରେ ଅଲଗା କରିବା ପାଇଁ ଆହ୍ୱାନ ଦେଇଆସିଛି । ଆମେ ସର୍ବଦା ଶାନ୍ତି, ଆଲୋଚନା ଏବଂ କୂଟନୀତିରେ ସମାଧାନ ଚାହିଁ ଆସୁଛୁ ।