ବ୍ରିଟେନ ପ୍ରଧାନମନ୍ତ୍ରୀ ରେସର ଫାଇନାଲରେ ଋଷି ସୁନକ

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ରେସର ସବୁଠାରୁ ଆଗରେ ରହିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଥିବା ଲଢେ଼ର ଫାଇନାଲରେ ପହଞ୍ଚି ଯାଇଛନ୍ତି । ଫାଇନାଲରେ ତାଙ୍କର ଲଢେ଼ଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରୁସଙ୍କ ସହ ହେବ । ୫ମ ତଥା ଶେଷ ରାଉଣ୍ଡରେ ଋଷିଙ୍କ ଖାତାରେ ୧୩୭ ଭୋଟ ପଡ଼ିଛି । ଟ୍ରୁସ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ କେବଳ ୧୧୩ ଭୋଟ ପାଇଛନ୍ତି । ପ୍ରଧାନମନ୍ତ୍ରୀ ରେସରେ ଥିବା ଅନ୍ୟତମ ପ୍ରାର୍ଥୀ ପେନ୍ନୀ ମୋରଡାଉଣ୍ଟ କେବଳ ୧୦୫ ଖଣ୍ଡ ଭୋଟ ପାଇଛନ୍ତି । ସେ ସବୁଠାରୁ କମ ଭୋଟ ପାଇଥିବାରୁ ଏବେ ପ୍ରଧାନମନ୍ତ୍ରୀ ରେସରୁ ବାଦ ପଡ଼ିଛନ୍ତି । ସେହିପରି ବ୍ରିଟେନର ଏକାଧିକ ସ୍ଥାନରେ ମଧ୍ୟ ଉଭୟ ପ୍ରାର୍ଥୀ ଶେଷ ଲଢେ଼ଇ ପାଇଁ ପ୍ରଚାର କରିବେ । ସେପ୍ଟେମ୍ବର ୫ ଯାଏ କଞ୍ଜରଭେଟିଭ ପାର୍ଟିର ସାଂସଦମାନେ ବାଲଟ ପେପର ଦ୍ୱାରା ଦେଶର ତଥା ଦଳର ପରବର୍ତ୍ତୀ ନେତା ବାଛିବେ । ଯିଏ ଏହି ଲଢେ଼ଇରେ ଜିତିବେ, ସେ ବୋରିସ ଜନସନଙ୍କ ଉତ୍ତରାଧିକାରୀ ହେବେ । ପ୍ରଧାନମନ୍ତ୍ରୀ ପଦର ରେସର ପ୍ରଥମ ରାଉଣ୍ଡରୁ ହିଁ ସୁନକ ଲିଡ ହାସଲ କରି ଚାଲିଛନ୍ତି ।