ରୁଷ ମିସାଇଲ ମାଡରେ ୧୦ ମୃତ୍ୟୁ

ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷର ଏକ ମିସାଇଲ ଏକ ଉଚ୍‌ଚ କୋଠାରେ ଆସି ଧକ୍କା ହୋଇଥିଲା…

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଲଗାତାର ମିସାଇଲ ଆକ୍ରମଣ କରୁଛି । ଏଥର ରୁଷିଆର ସୈନିକମାନେ ଓଡେସା ଓବ୍ଲାଷ୍ଟରେ ଥିବା ଏକ କୋଠାକୁ ଟାର୍ଗେଟ କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓଡେସା ଓବ୍ଲାଷଟର ଗଭର୍ଣ୍ଣର ସେହରହୀ ବ୍ରେଚୁକ କହିଛନ୍ତି, ରୁଷିଆର ମିସାଇଲ ୯ ମହଲା କୋଠାକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷର ଏକ ମିସାଇଲ ଏକ ଉଚ୍‌ଚ କୋଠାରେ ଆସି ଧକ୍କା ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ତେବେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।