ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷର ଘନ ଘନ ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହେବା ସହ ବହୁ ଧନଜୀବନ ନଷ୍ଟ ହୋଇଯାଇଚି । ସେହିପରି ୟୁକ୍ରେନ ଉପରେ ରୁଷର ଆକ୍ରମଣ କରିବା ନେଇ ଆମେରିକା ଏବଂ ୟୁରୋପୀୟ ୟୁନିୟନ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଛନ୍ତି ।
ଅନ୍ୟପକ୍ଷରେ ଅନେକ ଦେଶ ମଧ୍ୟ ରୁଷିଆ ଉପରେ କଟକଣା ଲଗାଇବାକୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାରି ମଧ୍ୟରେ ରୁଷିୟ ତୈଳ କମ୍ପାନୀ ଭାରତକୁ ଲୋଭନୀୟ ଅଫର ଦେଉଛନ୍ତି । ଏକ ରିପୋର୍ଟ ଅନୁସାରେ ରୁଷିୟ ତୈଳ କମ୍ପାନୀ ଭାରତକୁ ୨୫ରୁ ୨୭ ପ୍ରତିଶତ ତୈଳ ଦାମଠାରୁ କମରେ ବିକ୍ରି କରିବାକୁ ଅଫର ଦେଉଛନ୍ତି ।
ସୂଚନାଯୋଗ୍ୟ ଯେ, ରୁଷର ଏକପାଖିଆ ନିଷ୍ପତ୍ତି ଲାଗି ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ ସିଷ୍ଟମ ସ୍ୱିଫ୍ଟକୁ ରୁଷରୁ ହଟାଇ ଦିଆଯାଇଛି । ଫଳରେ ରୁଷ ମଧ୍ୟ ଅନ୍ୟ ଦେଶ ସହ ବାଣିଜ୍ୟିକ କାରବାର କରିବା କାଠିକର ପାଠ ହୋଇଯାଇଛି । ଏଥିପାଇଁ ରୁଷ ସରକାର ଏକ ବିକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ଯଦି ରୁଷର ଏହି ପ୍ରୟାସ ଫଳପ୍ରଦ ହୁଏ ତେବେ ଭାରତ ସହ ଅଶୋଧିତ ତୈଳ ବ୍ୟାପାର ବୃଦ୍ଧି ହେବ ।