ରୁଷିଆର ଜୋରଦାର ଆକ୍ରମଣ, ଜଳୁଛି ଟିଭି ଷ୍ଟେସନ ଦେଖନ୍ତୁ ଭିଡିଓ

କିବ୍ : ୟୁକ୍ରେନର ରାଜଧାନୀ କିବ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି ରୁଷିଆ । ଜୋରଦାର ବୋମାମାଡ଼ ମିସାଇଲ ଓ ରକେଟ୍ ମାଡ଼ କରିଚାଲିଛି ରୁଷୀୟ ସେନା। ଏହା ସହିତ ରୁଷୀୟ ସେନା ସମଗ୍ର ରାଜଧାନୀକୁ ଘେରିଯାଇଛନ୍ତି । ଏହାସହ ଋଷ ସେନା ୟୁକ୍ରେନ ରାଜଧାନୀ କୀଭର ନିକଟତର ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ଏହାକୁ ଯୁଦ୍ଧ ଅପରାଧ କହିଛନ୍ତି । ଖାରକୀଭ ଉପରେ ଆକ୍ରମଣ ଆତଙ୍କବାଦୀ ଆକ୍ରମଣ ସଦୃଶ ଏବଂ ଋଷ ଆତଙ୍କବାଦୀ ଦେଶ ବୋଲି ଜେଲେନସ୍କୀ କହିଛନ୍ତି । ଋଷ ସେନା ୟୁକ୍ରେନର ଦ୍ୱିତୀୟ ସବୁଠୁ ବଡ଼ ସହର ଖାରକୀଭରେ ଜୋରଦାର ବୋମାମାଡ଼ ଜାରି ରଖିଛି।

ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ୟୁରୋପିୟନ ୟୁନିୟନକୁ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି ଯେ, କେହି ଆମକୁ ଭାଙ୍ଗି ପାରିବ ନାହିଁ । ଆମେ ଆମ ମାଟି ପାଇଁ ଲଢ଼ିବୁ । ଋଷ ସାଧାରଣ ଲୋକଙ୍କ ଉପରେ ମିସାଇଲ ମାଡ଼ କରିଛି । କ୍ରୁଜ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି ।

ରୁଷିଆର ମିସାଇଲ ମାଡ଼ରେ କିବରେ ଥିବା ଟିଭି ଷ୍ଟେସନ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଏହା ଫଳରେ ୟୁକ୍ରେନର ସରକାରୀ ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦ ହୋଇଯାଇଛି ।

“>

ଏହି ଆକ୍ରମଣ ପୂର୍ବରୁ କିବରେ ଥିବା ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ଓ ସାମରିକ ପ୍ରତିଷ୍ଠାନ ନିକଟରେ ନ ରହିବାକୁ ସାଧାରଣ ନାଗରିକଙ୍କୁ ସତର୍କ କରିଦେଇଥିଲା ରୁଷିଆ । ୟୁକ୍ରେନ ଟିଭି ଦ୍ବାରା ମିଥ୍ୟା ପ୍ରଚାର କରାଯାଉଥିବାରୁ ଏହି ଆକ୍ରମଣ କରାଯାଇଛି ବୋଲି ରୁଷିଆ କହିଛି ।