ନୂଆଦିଲ୍ଲୀ: ମଙ୍ଗଳସୂତ୍ରର ବିଜ୍ଞାପନ ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚୀ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଇଛନ୍ତି । ବିଜ୍ଞାପନ ଲାଗି ସମାଜର ଏକ ବର୍ଗକୁ ମିଳିଥିବା କଷ୍ଟ ପାଇଁ ମୁଁ ଦୁଃଖିତ । ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ । ଏହି ମଙ୍ଗଳସୂତ୍ରର ବିଜ୍ଞାପନ ବିରୋଧରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସବ୍ୟସାଚୀଙ୍କୁ ମଙ୍ଗଳସୂତ୍ରର ଆପତ୍ତିଜନକ ବିଜ୍ଞାପନକୁ ହଟାଇବା ପାଇଁ ‘ଅଲ୍ଟିମେଟମ୍’ ଚେତାବନୀ ଦେବା ସହ ଯଦି ଏହାକୁ ହଟାଇବେ ନାହିଁ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।