ନୂଆଦିଲ୍ଲୀ: ସାଂସଦ ସ୍ୱାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଫୋନରେ ଜୀବନରୁ ମାରିବାର ଧମକ ମିଳିଛି । କୌଣସି ଅଜଣା ନମ୍ବରରୁ ତାଙ୍କ ପାଖକୁ ଫୋନ ଆସିଥିଲା ଏବଂ ଜୀବନରୁ ମାରିଦେବାର ଧମକ ଦିଆଯାଇଥିଲା । ସାଂସଦ ଟିଟି ନଗର ଥାନାରେ ଅଭିଯୋଗ ଦର୍ଜ କରିଛନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରର ଲୋକ ବୋଲି କହି ତାଙ୍କର ହତ୍ୟା କରିବାକୁ ଧମକି ଦେଇଥିଲା ।