ମୁମ୍ବାଇ: ଆସନ୍ତା ମେ’ ଆରମ୍ଭରୁ ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ପ୍ରସିଦ୍ଧ ମନ୍ଦିର ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେବେ ମନ୍ଦିରର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଏଠାରେ ସିଆଇଏସଏଫ ମୁତୟନ କରାଯିବ କେନ୍ଦ୍ର ସରକାର ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶିରିଡି ଗ୍ରାମବାସୀଙ୍କ ସମେତ ବିଭିନ୍ନ ମହଲରୁ ବିରୋଧ କରିବା ସହ ପ୍ରତିବାଦ କରାଯାଇଛି । ତେଣୁ ଶିରିଡି ବାବାଙ୍କ ମନ୍ଦିର ମେ’ ପହିଲାରୁ ବନ୍ଦ ଘୋଷଣା କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କୋଟି କୋଟି ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।
ଆହୁରି ପଢ଼ନ୍ତୁ...