ପୁଣି ଏକାଠି ହେବେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ବିକ୍କି କୌଶଲଙ୍କ ବିବାହ ଶେଷ ହୋଇଛି । ବିବାହ ପରେ ଏବେ ପୁଣି ଥରେ କାମରେ ଯୋଗ ଦେବେ କ୍ୟାଟ । ସେ ସଲମାନଙ୍କ ସହ ନିଜର ଆଗାମୀ ଫିଲ୍ମ ‘ଟାଇଗର-୩’ର ସୁଟିଂ କରିବେ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ସଲମାନ ଓ କ୍ୟାଟ୍ରିନା ଏକାଠି ନଜର ଆସିବେ । ଉଭୟ ଫିଲ୍ମ ‘ଟାଇଗର-୩’ର ସୁଟିଂ ପାଇଁ ଦିଲ୍ଲୀ ଯିବେ ।