ଶେହନାଜଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସଲମାନ
ଶେହନାଜ ଏକ ସାକ୍ଷାତକାରରେ ତାଙ୍କ ଜୀବନରେ ସଲମାନଙ୍କ ଭୂମିକା ସମ୍ପର୍କରେ ମନଖୋଲା ଆଲୋଚନା କରିଛନ୍ତି…..
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ହେଉଛି ‘କିସି କା ଭାଇ କିସି କା ଜାନ । ନିକଟରେ ଏହାର ଟିଜର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକପ୍ରିୟ ସେଲିବ୍ରିଟି ଶେହନାଜ ଗିଲ ପ୍ରଥମ ଥର ପାଇଁ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ଶେହନାଜ ଏକ ସାକ୍ଷାତକାରରେ ତାଙ୍କ ଜୀବନରେ ସଲମାନଙ୍କ ଭୂମିକା ସମ୍ପର୍କରେ ମନଖୋଲା ଆଲୋଚନା କରିଛନ୍ତି । ସଲମାନଙ୍କ ଠାରୁ ସେ କ’ଣ ଶିଖିଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶେହନାଜ କହିଛନ୍ତି ତାଙ୍କ ଠାରୁ ମୁଁ ଆଗକୁ ବଢ଼ିଚାଲିବା ଶିଖିଛି । ସେ ମୋତେ କହିଛନ୍ତି ଯେ କଠିନ ପରିଶ୍ରମ କଲେ ମୁଁ ଜୀବନରେ ବହୁତ ଆଗକୁ ଯାଇପାରିବି ବୋଲି କହିଛନ୍ତି ।