ଜନ ଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବା ଦେଖିବା ସନ୍ତୋଷଜନକ: ପ୍ରଧାନମନ୍ତ୍ରୀ

ଏପରି ଅନେକ ଭାବୁକତାଭରା ଉଦାହରଣ ରହିଛି…..

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନଔଷଧି ଅନ୍ତର୍ଗତ ଗରିବ ଲୋକଙ୍କୁ ମହଙ୍ଗା ଔଷଧ ଶସ୍ତାରେ ମିଳୁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା କିପରି ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇବାରେ ସାହାଯ୍ୟ କରୁଛି ସେ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମ ପ୍ରକାଶଙ୍କ ଭାବୁକତାଭରା ଟ୍ୱିଟ ପ୍ରତ୍ୟୁତ୍ତରରେ,

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏପରି ଅନେକ ଭାବୁକତାଭରା ଉଦାହରଣ ରହିଛି, ଯେଉଁଥିରୁ ପ୍ରଧାନମନ୍ତ୍ରୀ ଭାରତୟ ଜନଔଷଧି ପ୍ରକଳ୍ପର ସଫଳତା ଜାଣିହୁଏ । ଏହା ସନ୍ତୋଷଜନକ ଯେ, ଆଜି ଦେଶର ଗରିବ ଲୋକେ ମହଙ୍ଗା ଔଷଧ ଶସ୍ତାରେ କିଣି ପାରୁଛନ୍ତି ।”