ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି। ମୁଖ୍ୟମନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ରାଓ୍ଵତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ କୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି।
ଉତ୍ତରାଖଣ୍ଡର ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରିକରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଏପରି ନିର୍ଦ୍ଦେଶ ପାଇଁ ଆବେଦନକାରୀଙ୍କ ପକ୍ଷରୁ କୌଣସି ପ୍ରାର୍ଥନା କରାଯାଇ ନଥିବା ବେଳେ ହାଇକୋର୍ଟଙ୍କ ଏପରି ଆଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟ ଧାରା ୨୨୬ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତାକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।