ପ୍ରବଳ ବର୍ଷା ଯୋଗୁ ସ୍କୁଲ-କଲେଜ ଛୁଟି: ୭ ଜିଲ୍ଲାରେ ରେଡ ଆଲର୍ଟ
ବର୍ତ୍ତମାନ ରାଜକୋଟରେ ୯ ଇଂଚର ବର୍ଷା ହୋଇ ଜନଜୀବନ ପ୍ରଭାବିତ ହୋଇଛନ୍ତି….
ଅହମ୍ମଦାବାଦ : ରାଜକୋଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ରାଜକୋଟ ଜିଲ୍ଲା ସହିତ ରାଜ୍ୟରେ ୭ ଜିଲ୍ଲାରେ ପ୍ରବଳବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରିଛନ୍ତି । ରାଜକୋଟର କେତେକ ଅଂଚଳରେ ପାଣି ଭରି ହୋଇଯାଇଛି । ପ୍ରଶାସନ ସବୁ ସ୍କୁଲ ଓ କଲେଜ ଗୁଡିକୁ ଛୁଟି ଘୋଷଣା କରିଦେଇଛନ୍ତି । ପ୍ରଶାସନ ଲୋକମାନଙ୍କୁ ଅଯଥାରେ ଘରୁ ପଦାକୁ ନବାହାରିବା ପାଇଁ କହିଛିା ରାଜକୋଟରେ ମଙ୍ଗଳବାରଠାରୁ ବର୍ଷା ଜାରି ରହିଛି । ବର୍ତ୍ତମାନ ରାଜକୋଟରେ ୯ ଇଂଚର ବର୍ଷା ହୋଇ ଜନଜୀବନ ପ୍ରଭାବିତ ହୋଇଛନ୍ତି । ରାଜକୋଟ ପୋପଟପାରା ଅଂଚଳରେ ଲାଲବାହାଦୁର ଶାସ୍ତ୍ରୀ ନଗରରେ ଘରେ ୫ ଫୁଟର ପାଣୀ ଜମିଜାଇଛି ।