ବିଦ୍ୟାଳୟର ଛାତ ଭୁଶୁଡ଼ିଲା, ଜଣେ ମୃତ, ତିନିଜଣ ଆହତ

ରାଂଚି: ଶୁକ୍ରବାର ଦିନ ଝାଡ଼ଖଣ୍ଡର ରାଂଚି ଅଂଚଳରେ ଗୋଟିଏ ସ୍କୁଲ କୋଠାର ଛାତ ଅଚାନକ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଛି । ଛାତ ତଳେ ଚାପି ହୋଇଯାଇଥିବା ତିନିଜଣ ଲୋକଙ୍କୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦେଇଛି ପୁଲିସ ।

ଶୁକ୍ରବାର ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଏହି ଦୁର୍ଘଟଣାଟି ହୋଇଥିଲା । ମୃତ ବ୍ୟକ୍ତିଙ୍କ ନାମ ସୂରଜ ବୈଠା ଓ ତାଙ୍କ ବୟସ ୬୫ ବର୍ଷ ହେବ । ସେ ଉକ୍ତ ସ୍କୁଲର ପିଅନ ଥିଲେ । ସ୍କୁଲ ବାରଣ୍ଡାରେ ଶୋଇଥିଲା ବେଳେ ତାଙ୍କରି ଉପରେ ଛାତଟି ପଡ଼ି ଯାଇଥିଲା ।