ଭାରତର ପ୍ରଥମ ବିମାନ ବାହକ ଜାହାଜ ‘ବିକ୍ରାନ୍ତ’ର ସମୁଦ୍ର ପରୀକ୍ଷଣ ଆରମ୍ଭ

କୋଚିନ: ଭାରତର ପ୍ରଥମ ସ୍ୱଦେଶ ନିର୍ମିତ ବିମାନବାହୀ ପୋତ ‘ବିକ୍ରାନ୍ତ’ର ସମୁଦ୍ର ପରୀକ୍ଷଣ ଆରମ୍ଭ ହୋଇଛି । ଏହା ଦେଶରେ ବିଶାଳକାୟ ଯୁଦ୍ଧପୋତ । ଭାରତୀୟ ନୌସେନା ଏହି ଅବସରକୁ ଦେଶକୁ ଗୌରବାନ୍ୱିତ କରିବା ଭଳି ଐତିହାସିକ କ୍ଷଣ ବୋଲି କହିଛି । ଯୁଦ୍ଧପୋତର ଏହି ପରୀକ୍ଷଣ ସହ ଭାରତ ବିଶ୍ୱର ସେହି ସବୁ ହାତଗଣତି ଦେଶଙ୍କ ସୂଚୀରେ ନିଜକୁ ସାମିଲ କରିପାରିଛି ଯେଉଁ ଦେଶମାନେ ଅତ୍ୟାଧୁନିକ ବିମାନବାହକ ଜାହାଜ ନିର୍ମାଣ ଲାଗି ନିଜ ଦେଶରେ ଡିଜାଇନ ଓ ନିର୍ମାଣର ସ୍ୱତନ୍ତ୍ର କ୍ଷମତା ରଖୁଛନ୍ତି ।