ରିଷଭ ପନ୍ତଙ୍କୁ ପ୍ରଶଂସା କଲେ ସେହ୍ୱାଗ

ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ବୀରେନ୍ଦ୍ର ସେହ୍ୱାଗ ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଖୁବ…

ମୁମ୍ବାଇ: ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ବୀରେନ୍ଦ୍ର ସେହ୍ୱାଗ ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଖୁବ ପ୍ରଶଂସା କରିଛନ୍ତି । କହିଛନ୍ତି ପନ୍ତ୍‌ ଦି ନିଜ ଖେଳ ଜୀବନରେ ୧୦୦ ଟେଷ୍ଟ ଖେଳିପାରିବେ ତାହାଲେ ନିଜ ନାମକୁ ଇତିହାସ ପୃ୍‌ଷ୍ଠାରେ ସବୁଦିନ ପାଇଁ ଲେଖି ଦେଇଯିବେ । ଅଦ୍ୟାବଧି ପନ୍ତ ୩୦ ଟେଷ୍ଟରୁ ୪୦.୮୫ ହାରରେ ୪ ଶତକ ଓ ୯ ଅର୍ଦ୍ଧଶତକ ସହିତ ୧୯୨୦ ରନ ସଂଗ୍ରହ କରିଛନ୍ତି । ପନ୍ତ ଗତ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ବେଙ୍ଗାଲୁରୁ ଟେଷ୍ଟରେ ଦ୍ରୁତତମ ଭାରତୀୟ ଭାବେ ୨୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେହି ଶୃଙ୍ଖଳାରେ ୧୨୦.୧୨ ଷ୍ଟ୍ରାଇକ ରେଟରେ ୧୮୫ ରନ କରିଥିଲେ । ସେହବାଗ ନିଜେ ୪୯.୩୪ ହାରରେ ୮୫୮୬ ଟେଷ୍ଟ ରନ ଏବଂ ୩୫.୦୫ ହାରରେ ୮୨୭୩ ଦିନିକିଆ ରନ ସଂଗ୍ରହ କରିଥିଲେ । ଟି-୨୦ କ୍ରିକେଟର ଲୋକପ୍ରିୟତା ତଥା ଲୋଭନୀୟ ଆର୍ଥିକ ଆକର୍ଷଣ ସତ୍ତଟେଷ୍ଟ କ୍ରିକେଟ ଏବେ ବି ସେହବାଗଙ୍କ ଅଗ୍ରାଧିକାର ତାଲିକାରେ ରହିଛି । ମୁଁ ନମ୍ରତାର ସହ କହୁଛି ଟେଷ୍ଟ କ୍ରିକେଟ ହେଉଛି ଏହି ଖେଳର ବିକଳ୍ପ । କେବଳ ଏଇଥି ପାଇଁ ବିରାଟ କୋହଲି ଟେଷ୍ଟ ଖେଳିବାକୁ ଗୁରୁତ୍ୱ ଦେଉଛନ୍ତି । ସେ ଜାଣିଛନ୍ତି ୧୦୦-୧୫୦ ଏପରିକି ୨୦୦ ଟେଷ୍ଟ ଖେଳିପାରିଲେ ସେ ନିଶ୍ଚିତ ରେକର୍ଡ ବହିରେ ଅମର ରହିଯିବେ ।