ଛତିଶଗଡ଼: ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ବାବା କାଳୀଚରଣଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି । ଛତିଶଗଡର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ କାଳୀଚରଣ । ତାଙ୍କୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଥିଲା ।
ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ବିବାଦୀୟ ଭାଷଣ ଦେଇଥିଲେ । ଏହା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାପରେ କାଳୀଚରଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ କାଳୀଚରଣ ଛତିଶଗଡ଼ରୁ ଫେରାର ହୋଇଯାଇଥିଲେ । ଗାନ୍ଧିଜୀଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସାରା ଦେଶରୁ ସ୍ୱର ଉଠିଥିଲା ।