ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଭାରତ ଯୁଦ୍ଧ କରିବାକୁ ପ୍ରସ୍ତୁତ : ସେନା ଉପମୁଖ୍ୟ ଏସକେ ସାଇନି

ନୂଆଦିଲ୍ଲୀ(ଏସ୍‌ ନ୍ୟୁଜ): ଭାରତୀୟ ସେନା ବାହିନୀ ନିଜ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛି ବୋଲି ଫେଡେରେସନ ଅଫ ଇଣ୍ଡିଆ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରର(ଏଫଆଇସିସିଆର)ୱେବିନରରେ ସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଏସକେ ସାଇନି କହିଛନ୍ତି । ସେ କହିଛନ୍ତି ଯେ, ନିରାପତା ସ୍ୱଦେଶ ସାମର୍ଥ ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ସଂକଟ ସମୟରେ ଅନ୍ୟ ଦେଶମାନଙ୍କ ଦ୍ୱାରା ବିକଶିତ ଜ୍ଞାନକୋ÷ଶଳ ଉପଲବ୍ଧ ହୋଇନପାରେ କିମ୍ବା ଭାରତର ସାମରିକ ସ୍ୱାଧୀନତା ବିନିମୟରେ ତାହା ମିଳିପାରେ । ଶିଳ୍ପଗୁଡିକୁ ଶ୍ରୀ ସାଇନି ଭରସା ଦେଇ କହିଛନ୍ତିଯେ, ମେକ ଇନ ଇଣ୍ଡିଆ ଯୁଦ୍ଧ ସାମଗ୍ରୀ ଉପଯୋଗୀ ନିମନ୍ତେ ସେନାର ପ୍ରତିବଦ୍ଧତା ଉପରେ ସନେ୍ଦହ କରିବାର ଅବକାଶ ନାହିଁ । ସ୍ଥାନୀୟ ଉପôାଦିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେନା ବାହିନୀ ଲଢେ଼ଇ କରିବାକୁ ପ୍ରସ୍ତୁତ ରହିଛି ।