କଂଗ୍ରେସରେ ଯୋଗ ବରିଷ୍ଠ ନେତା ନକୁଳ ଦୁବେ

ଜନ ସମାଜ ପାର୍ଟିର ବରିଷ୍ଠ ନେତା ନକୁଳ ଦୁବେ କଂଗ୍ରେସରେ ମିଶିଛନ୍ତି । ବରିଷ୍ଠ ନେତା ରାଜୀବ….

ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ନକୁଳ ଦୁବେ କଂଗ୍ରେସରେ ମିଶିଛନ୍ତି । ବରିଷ୍ଠ ନେତା ରାଜୀବ ଶୁକ୍ଳା ଦୁବେଙ୍କୁ ଦଳର ପ୍ରାଥମିକତା ସଦସ୍ୟତା ଦେଇଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ରାଜିବ ଶୁକ୍ଳା ନକୁଲଙ୍କୁ ସ୍ୱାଗତ କରିବା ସହିତ କହିଛନ୍ତି ତାଙ୍କର ଆସିବା ଫଳରେ ଉତର ପ୍ରଦେଶରେ ସଙ୍ଗଠନ ମଜଭୁତ ହୋଇପାରିବ । କିଛିଦିନ ପୂର୍ବ ସମ୍ପୁର୍ଣ ହୋଇଥିବା ଉତର ପ୍ରଦେଶ ବିଧାନ ସଭା ନିର୍ବାଚନ ପରେ ମାୟାବତୀ ନକୁଳ ଦେବେଙ୍କୁ ଅନୁଶାସନ ହିନତା ଏବଂ ଦଳ ବିରୋଧି କାର୍ଯ୍ୟ କରୁଥିବା ଆରୋପ ଲଗାଇ ଦଳରୁ ବାହାର କରିଥିଲେ ।