ରାଷ୍ଟ୍ରୀୟ ହଳଦୀବୋର୍ଡର ସ୍ଥାପନା ଅତ୍ୟନ୍ତ ପ୍ରସନ୍ନତାର ବିଷୟ, ବିଶେଷ କରି ଦେଶବ୍ୟାପୀ କଠିନ ପରିଶ୍ରମ କରୁଥିବା ଆମର ହଳଦୀ ଚାଷୀଙ୍କ ପାଇଁ: ପ୍ରଧାନମନ୍ତ୍ରୀ
ରାଷ୍ଟ୍ରୀୟ ହଳଦୀ ବୋର୍ଡ (ନ୍ୟାସନାଲ ଟର୍ମେରିକ ବୋର୍ଡ)ର ସ୍ଥାପନାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି: “ରାଷ୍ଟ୍ରୀୟ ହଳଦୀବୋର୍ଡର ସ୍ଥାପନା ଅତ୍ୟନ୍ତ ପ୍ରସନ୍ନତାର ବିଷୟ, ବିଶେଷ କରି ଦେଶବ୍ୟାପୀ କଠିନ ପରିଶ୍ରମ କରୁଥିବା ଆମର ହଳଦୀ ଚାଷୀଙ୍କ ପାଇଁ । ହାନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ । ଏହା ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ଏବଂ ଉଭୟ ଚାଷୀ ଓ ଉପଭୋକ୍ତାଙ୍କ ପାଇଁ ଲାଭ ଆଣିବ” ।