ଲଣ୍ଡନ: ଏପ୍ଷ୍ଟିନ ଫାଇଲର ଶିକାର ହୋଇ ବ୍ରିଟେନର ପୂର୍ବତନ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନ୍ ହାଉସ୍ ଅଫ୍ ଲର୍ଡସରୁ ଇସ୍ତଫା ଦେଇଛନ୍ତି। ମାଣ୍ଡେଲସନଙ୍କ ପ୍ରତି ଅନୁକମ୍ପା ଆଗାମୀ ଦିନରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମରଙ୍କୁ ପଦଚ୍ୟୁତ କରିବାର ଆଶଙ୍କା ଦେଖାଦେଇଛି। ମାଣ୍ଡେଲସନ୍ଙ୍କ ବିରୋଧରେ ଏବେ ଅପରାଧିକ ତଦନ୍ତ ଚାଲିଛି। ରବିବାର ଷ୍ଟାର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଷ୍ଟାର୍ମରଙ୍କ ଉପରେ ଚାପ ପଡୁଛି। ଏପରି ସମୟରେ ଷ୍ଟାର୍ମରଙ୍କ ଉତରାଧିକାରୀ ଭାବେ ଶବାନା ମାହମୁଦଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି। ଶବାନା ଏବେ ବ୍ରିଟେନର ଗୃହମନ୍ତ୍ରୀ ଅଛନ୍ତି। ପ୍ରଥମ ମୁସଲିମ୍ ମହିଳା ଭାବେ ଶବାନା ଗୃହମନ୍ତ୍ରୀ ହୋଇ ପାରିଛନ୍ତି। ୨୦୨୪ ମସିହାରେ ଶବାନା ବର୍ମିଂହାମରୁ ବ୍ରିଟିଶ ସଂସଦକୁ ନିର୍ବାଚିତ ହୋଇଥିଲେ। ବର୍ମିହାମରେ ୧୯୮୦ ମସିହାରେ ପାକିସ୍ତାନ ବାପାମା’ଙ୍କଠାରୁ ଜନ୍ମିତ ଶବାନାଙ୍କ ପିଲାଦିନ ସାଉଦି ଆରବରେ କଟିଥିଲା। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଆଇନ ପଢ଼ିବା ଉଦ୍ଦେଶ୍ୟରେ ଶବାନା ବ୍ରିଟେନ ଫେରିଥିଲେ। ଷ୍ଟାର୍ମର ଇସ୍ତଫା ଦେଲେ ଶବାନା ବ୍ରିଟେନର ପ୍ରଥମ ମୁସଲମାନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।