ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶହବାଜଙ୍କ ଚିଠି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ପଠାଇଛନ୍ତି । ନିଜ ପତ୍ରରେ ଶହବାଜ ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସହଯୋଗ ବ?ାଇବା ଉପରେ ଜୋର ଦେଇଛନ୍ତି । ଏଥିସହିତ ସାମାଜିକ ଓ ଆର୍ଥିକ ବିକାଶ ଉପରେ ମଧ୍ୟ ଜୋର ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶହବାଜ ସରିଫ ପଦଭାର ସମ୍ଭାଳିବା ପରେ ମୋଦୀ ଚିଠି ଲେଖିଥିଲେ । ଏଥିରେ ମୋଦୀ ଶୁଭେଚ୍ଛା ଜଣାଇବା ସହ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।