ପିଏଫଆଇ-ଏନଆଇଏ ଆକ୍ସନ ମଧ୍ୟରେ ଶାହଙ୍କ ଉଚ୍ଚ଼ସ୍ତରୀୟ ବୈଠକ

ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଠିକଣାରେ ରେଡ ଜାରି ରହିଛି । ଇତିମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚ଼ସ୍ତରୀୟ ବୈଠକ କରିଛନ୍ତି ।

ଉକ୍ତ ବୈଠକରେ ପିଏଫଆଇ ସହ ଜଡିତ ପରିସରରେ କରାଯାଉଥିବା ରେଡ ଓ ଆତଙ୍କବାଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରାଯାଉଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଓ ରାଷ୍ଟ୍ରୀୟ ଅନ୍ୱେଷଣ ଅଧିକରଣ ମହାନିର୍ଦ୍ଦେଶକ ଦିନକର ଗୁପ୍ତା ସମେତ ବହୁ ଶୀର୍ଷ ଅଧିକାରୀ ସାମିଲ ଥିଲେ ।