ମୁମ୍ବାଇ: ବିଗ୍ ବସ୍ ଶୋ’ରେ ଶମିତା ଶେଟ୍ଟୀ ବାହାରିଯାଇଥିବା ଜଣାପଡିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏହି ଶୋ’ରୁ ବାହାରକୁ ଅଣାଯାଇଛି । ତେବେ ବିଗ୍ ବସ୍ ଠାରୁ କୌଣସି ବିବୃତ୍ତି ସାମ୍ନାକୁ ଆସି ନାହିଁ । ନିକଟରେ ବିଗ୍ ବସ୍ ପ୍ରତିଯୋଗୀ ରାକେଶ ବାପଟଙ୍କୁ ଘରୁ ବାହାରକୁ ଯିବାକୁ ପଡିଥିଲା । ଘରେ ମଧ୍ୟ ରାକେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ରାକେଶ ବାପଟ ଏବଂ ଶମିତା ଶେଟ୍ଟୀଙ୍କୁ ଶୋ’ରେ ପପୁଲାର୍ ତଥା ଟପ୍ ପ୍ରତିଯୋଗୀ ଭାବରେ ଦେଖାଯାଉଥିଲା, କିନ୍ତୁ ଉଭୟ ଘରୁ ବାହାରିବା ମାତ୍ରେ ନିର୍ମାତାଙ୍କ ଉପରେ ଟିଆରପି ହ୍ରାସ ଜନିତ ଚିନ୍ତା ବଢୁଥିବା ଜଣାପଡିଛି ।