ପହଲଗାମ ଆତଙ୍କୀ ହମ୍ଲା ମାମଲାରେ ପାକିସ୍ତାନର ବିବାଦୀୟ ଭୂମିକା ଶୁଣାଇ ଆନ୍ତର୍ଜାତିକ ମହଲରୁ ସମର୍ଥନ ଜୁଟାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଦେଶ ଗସ୍ତରେ ବାହାରି ଯାଇଥିବା ସର୍ବଦଳୀୟ କମିଟିକୁ ବହୁ ସ୍ଥାନରୁ ଏକପ୍ରକାର ନିରାଶ ହେବାକୁ ପଡ଼ିଛି । ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ସର୍ବଦଳୀୟ କମିଟିର ମୁଖ୍ୟ ଶଶି ଥରୁରଙ୍କୁ ତାଙ୍କ ପୁଅ ଏପରି କିଛି ପ୍ରଶ୍ନ କରିଥିଲେ ଯାହାର ଜବାବରେ ଶଶିଙ୍କ ମୁହଁରୁ ବାହାରି ପଡ଼ିଲା, ମୁଁ କିଛି କରିନି । ଅକାରଣରେ ମୋତେ ଝାମେଲାକୁ ଟାଣେନା ।
ଶଶିଙ୍କ ରିପୋର୍ଟର ପୁଅ ଇଷାନ ଥରୁରଙ୍କ ପ୍ରଶ୍ନ ଥିଲା, ପହଲଗାମ ଆତଙ୍କୀ ହମ୍ଲା ସହିତ କୌଣସି ସଂପର୍କ ନାହିଁ ବୋଲି ପାକିସ୍ତାନ ବାରମ୍ବାର ସଫେଇ ଦେଇଚାଲିଛି । ଆପଣ କୁହନ୍ତୁ, ପହଲଗାମର ବୈସାରଣ ଘାଟିରେ ଯୋଉ ୨୬ ଜଣ ଭାରତୀୟ ମଲେ, ସେମାନଙ୍କ ମୃତ୍ୟୁ ପଛରେ ପାକିସ୍ତାନର ହାତ ରହିଥିବା ସଂପର୍କରେ କୋଉ ଦେଶ ଭାରତ ନିକଟରୁ ପ୍ରମାଣ ଦାବି କରୁଛି ଯାହା ଫଳରେ ଆପଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଆସିବାକୁ ପଡ଼ିଲା?
ପୁଅ ଇଷାନଙ୍କ ପ୍ରଶ୍ନରେ ଶଶି ଥରୁର ଏକପ୍ରକାର ବନ୍ଦୀ ହୋଇଗଲେ । ତାଙ୍କ ମୁହଁରୁ କିଛି ବାହାରିଲାନି । ବେଶ କିଛି ସମୟ ଧରି ନିରବ ରହିବା ପରେ ଶଶି ହସିବାକୁ ଚେଷ୍ଟା କରିଥିଲେ । ଶଶି କହିଲେ, ପ୍ରଶ୍ନ ପଚାରିଥିବା ବ୍ୟକ୍ତିଜଣକ ମୋ ପୁଅ । ତା’ ପ୍ରଶ୍ନର ଜବାବ ଦେବାକୁ ମୁଁ ଉଚିତ ମନେ କରୁନି । ମୁଁ ବହୁତ ଖୁସି ଯେ ମୋ ପୁଅ ଏପରି ପ୍ରଶ୍ନଟିଏ ପଚାରିଛି । ପୁଅରେ ମୁଁ ସଂକଳ୍ପବଦ୍ଧ ଯେ ମୁଁ ସେଭଳି କିଛି କରିନି । ଇସଲାମାବାଦ ବିରୋଧରେ ସେଭଳି ବଳିଷ୍ଠ ପ୍ରମାଣ ନଥିଲେ ଭାରତ କଡ଼ା ଆଭିମୁଖ୍ୟ ପୋଷଣ କରି ନଥାନ୍ତା ।