ଜ୍ଞାନବାପୀ ମସଜିଦରୁ ମିଳିଲା ଶିବଲିଙ୍ଗ

ଉତ୍ତର ପ୍ରଦେଶ ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି..

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ହୋଇଛି । ଏହି ଘଟଣା ପରେ ଉକ୍ତ ସ୍ଥାନକୁ ସିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାରଣାସୀ କୋର୍ଟ ଜିଲ୍ଲାପାଳଙ୍କୁ କହିଛନ୍ତି ଯେ, ଯେଉଁ ସ୍ଥାନରେ ଶିବଲିଙ୍ଗ ମିଳିଛି ଉକ୍ତ ସ୍ଥାନକୁ ସିଲ୍‌ କରାଯାଉ ଓ ସେଠାକୁ କୌଣସି ବ୍ୟକ୍ତିଙ୍କୁ ଯିବାକୁ ନଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାରଣାସୀରେ ଜ୍ଞାନବାପୀ ମସଜିଦରେ ସର୍ଭେ ଶେଷ ହୋଇଛି । ଶେଷ ଦିନର ସର୍ଭେ ପରେ ସେଠାରୁ ଏକ କୂଅରୁ ଏହି ଶିବଲିଙ୍କ ବାହାରିଥିବା କୁହାଯାଇଥିଲା ।