ଶିବମୋଗା ବିମାନ ବନ୍ଦର ବାଣିଜ୍ୟ, ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କର୍ଣ୍ଣାଟକର ….
ଭୁବେନେଶ୍ଵର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କର୍ଣ୍ଣାଟକର ଶିବମୋଗା ବିମାନ ବନ୍ଦର ବାଣିଜ୍ୟ, ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ । ଶ୍ରୀ ମୋଦୀ ଶିବମୋଗା ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀ ବି ୱାି ରାଘବେନ୍ଦ୍ରଙ୍କ ଟୁଇଟ୍ର ଜବାବ ଦେଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଶିବମୋଗାରେ ବିମାନବନ୍ଦରର ସ୍ୱପ୍ନ ସାକାର ହେଉଛି । ଶିବମୋଗା ବିମାନବନ୍ଦର କେବଳ ଏକ ବିମାନବନ୍ଦର ନୁହେଁ, ବରଂ ମାଲନାଦ ଅଞ୍ଚଳର ରୂପାନ୍ତରର ପ୍ରବେଶ ଦ୍ୱାର ଭାବରେ ନିଜକୁ ପ୍ରତିଷ୍ଠିତ କରିବ ।
ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ହେବାକୁ ଥିବା ଶିବମୋଗା ବିମାନବନ୍ଦର ବିଷୟରେ ଟୁଇଟ୍ କରିଛନ୍ତି;
“ଶିବମୋଗା ବିମାନ ବନ୍ଦର ବାଣିଜ୍ୟ, ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ ବୋଲି ସେ କହିଛନ୍ତି ।”