ସୁଟିଂ ସେଟରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବଚ୍ଚନ ପାଣ୍ଡେ ସୁଟିଂ ସେଟରେ ନିଆଁ ଲାଗିଯାଇଛି । ତେବେ ସବୁଠୁ ବଡ କଥା ହେଲା ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି ।

ସୂଚନା ଅନୁଯାୟୀ ବଚ୍ଚନ ପାଣ୍ଡେ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଫିଲ୍ମର କିଛି କାମ ବାକି ଥିଲା । ଯେଉଁଥିପାଇଁ ଅକ୍ଷୟ କୁମାର ଏବଂ କ୍ରିତି ସାନନ୍‌ ସୁଟିଂ କରୁଥିଲେ । ଏକ ରିପୋର୍ଟ ଅନୁଯାୟୀ ପ୍ୟାଚ୍‌ କାମର ସୁଟିଂ ସମୟରେ ସେଟରେ ନିଆଁ ଲାଗି ଯାଇଥିଲା । ବଚ୍ଚନ ପାଣ୍ଡେରେ ଅକ୍ଷୟଙ୍କ ସହ କ୍ରିତି ମୁଖ୍ୟ ଭୂମିକାରେ ନଜର ଆସିବେ । ଅନ୍ୟପକ୍ଷରେ ଏହି ଫିଲ୍ମରେ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଅର୍ଶଦ ୱାର୍ସି, ସଞ୍ଜୟ ମିଶ୍ର ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରିଛନ୍ତି ।