ନୂଆଦିଲ୍ଲୀ: ଆକାଶରେ ଦୋହଲିଲା ବିମାନ । ଝଡ, ବତାସରେ ଫସିଲା ସ୍ପାଇସଜେଟର ବିମାନ ଏସଜି-୯୪୫ । ମୁମ୍ବାଇରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଯାତ୍ରା କରୁଥିବା ସ୍ପାଇସଜେଟର ବିମାନ ରବିବାର ଅପରାହ୍ଣରେ ଅବତରଣର କିଛି ସମୟ ପୂର୍ବରୁ ଝଡରେ ଫସିଥିଲା । କାଳବୈଶାଖୀ ତୋଫାନରେ ଫଶିବାରୁ ବିମାନ ଖୁବ ଜୋରରେ ଦୋହଲିଥିଲା । ଫଳରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଲାଗିଥିଲା ଜୋରଦାର ଝଟକା । ଏପରିକି ସିଟ୍ ଉପରେ ଥିବା ଲଗେଜ କ୍ୟାବିନ ଭାଙ୍ଗି ଲୋକଙ୍କ ଉପରେ ପଡିଥିଲା । ଏହି ସମୟରେ ବିମାନରେ ଯାତ୍ରା କରୁଥିବା ଲୋକେ ବେଶ ଭୟଭୀତ ହୋଇ ପଡିଥିଲେ । ଘଟଣାରେ ୧୧ଜଣ ଯାତ୍ରୀ ଓ ଅନ୍ୟ ୩ ଜଣ ବିମାନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଆତଙ୍କ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।