ଆମ ରାଜ୍ୟ, ଦେଶ ତଥା ସମଗ୍ର ବିଶ୍ୱରେ ମହଯୋଗୀ ଶ୍ରୀ ଅରବିନ୍ଦ ଙ୍କର ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ
ଶ୍ରୀ ଅରବିନ୍ଦ ଙ୍କର ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଁଚିବା ଲକ୍ଷ୍ୟ ରେ ଏହି ଉତ୍ସବ ର ପାଳନ…
କେନ୍ଦୁଝର: ଆମ ରାଜ୍ୟ ଦେଶ ତଥା ସମଗ୍ର ବିଶ୍ୱରେ ମହା ସମାରୋହରେ ପାଳନ କରାଯାଉଛି। ଶ୍ରୀ ଅରବିନ୍ଦ ଏବଂ ଦିବ୍ୟ ଜନନୀ ଶ୍ରୀମା ଙ୍କ ଦର୍ଶନ କୁ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଁଚିବା ଲକ୍ଷ୍ୟ ରେ ଏହି ଉତ୍ସବ ର ପାଳନ କରାଯାଉଛି। ଏହା ଅଗଷ୍ଟ ୧୫,୨୦୨୧ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫,୨୦୨୨ ପଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ମାଟକାମ ବେଡା ସ୍ଥିତ ଶ୍ରୀ ଅରବିନ୍ଦ ଭବନ ଆନୁକୂଲ୍ୟରେ ବିଭିନ୍ନ ଗାଁ ସହର ଏବଂ ବିଦ୍ୟାଳୟ ମାନଙ୍କ ରେ ପାଠଚକ୍ର, ସମ୍ମିଳନୀ ଏବଂ ଵିଶେଷ ବୈଠକ ମାନ ଆୟୋଜନ କରାଯାଇ ସେଥିରେ ମହାଯୋଗୀ ଶ୍ରୀ ଅରବିନ୍ଦ ଯୋଗ ଦର୍ଶନ ପାଞ୍ଚଟି ସ୍ବପ୍ନ ଏବଂ ତିନୋଟି ପାଗଲାମୀ ବିଷୟରେ ଜନ ସାଧାରଣ ଙ୍କୁ ଅବଗତ କରାଯାଉଛି।
ବିଶେଷ କରି ଶ୍ରୀ ଅରବିନ୍ଦ ଙ୍କ ଅତି ମାନସ ଚେତନା ମନ, ପ୍ରାଣ ଏବଂ ଶରୀର ର ରୂପାନ୍ତର ଅତିମାନବ ର ଆବିର୍ଭାବ ବିଷୟ କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଭରପୁର ସ୍ୱାଗତ କରୁଛନ୍ତି।ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଅରବିନ୍ଦ ଭବନ ବଡ଼ବିଲ ର ସଂପାଦକ ଶ୍ରୀ ଶରତ କୁମାର ଭଞ୍ଜ, ସଭାପତି ଶ୍ରୀମତୀ ତ୍ରିବେଣୀ ଗିରି, ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯଥା ତପସ୍ୱନି ଖଣ୍ଡା, ଦୁଷ୍ମନ୍ତ ଧଳ, ଚନ୍ଦ୍ରମଣି ପରିଡା ରୋଜାଳିନୀ ଦାଶ, ରାଜଶ୍ରୀ ମହାନ୍ତ, ମିନତି ଦାସ,ସସ୍ମିତା ମହାନ୍ତ,ସ୍ୱୟଂ ପ୍ରଭା ପାଣି,କୁଳମଣି ସାହୁ,ଭଗବତୀ ମହାନ୍ତ, ସମୀକ୍ଷା ପ୍ରଧାନ, କଳ୍ପନା ପଲେଇ, ତୃପ୍ତିଲତା ମଲ୍ଲିକ, ଆୟୋଜନ,ପରିଚାଳନା ଏବଂ ସଂପାଦନ କରୁଛନ୍ତି।
ଶ୍ରୀ ଅରବିନ୍ଦ ଜୀବନ ଶୈଳୀ ସମସ୍ତେ ଯୋଗୀ ଅରବିନ୍ଦଙ୍କୁ ଜଣେ ମହାନ ବିପ୍ଳବୀ , ସ୍ୱାଧିନତା ସଂଗ୍ରାମୀ ,ଅଧ୍ୟାପକ ,ଜନନେତା ଓ ସର୍ବଶେଷରେ ଆଧ୍ୟାତ୍ମିକ ଗୁରୁ ରୂପେ ଜାଣନ୍ତି । କିନ୍ତୁ ସେ ଜଣେ ମହାନ ସାମ୍ବାଦିକ ଥିଲେ ଓ କେତେ ଗୁଡାଏ ପତ୍ରିକା ସମ୍ଫାଦନା କରୁଥିଲେ, ଏହା କମ୍ ଲୋକଙ୍କୁ ଜଣା । ତାଙ୍କ ଲେଖାରେ ରାଷ୍ଟ୍ରଭକ୍ତି ର ଜ୍ୱାଳା ଥିଲା , ଯାହା ତତ୍କାଳିନ ଯୁବ ସମାଜର ଅନ୍ତଃକରଣରେ ବହ୍ନିରୂପେ ପ୍ରଜ୍ୱଳିତ କରୁଥିଲା । ତାଙ୍କର ଲେଖାରେ ଅନୁପ୍ରାଣିତ ହୋଇ ଅନେକ ବିପ୍ଳବୀ ଓ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ସ୍ୱାଧିନତାର ଯଜ୍ଞରେ ଆହୁତି ଦେଇଥିଲେ । ତେଣୁ ତାଙ୍କୁ ଶ୍ରେଷ୍ଠ ରାଷ୍ଟ୍ରବାଦୀ ସାମ୍ବାଦିକ ରୂପେ ପରିଗଣିତ କରାଯାଏ ।
ଯୋଗୀ ଅରବିନ୍ଦ ୧୮୭୨ ମସିହା ଅଗଷ୍ଟ ମାସ ୧୫ ତାରିଖରେ କୋଲକୋତା ଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ସାତ ବର୍ଷ ବୟସରେ ସେ ବିଦ୍ୟାଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ । ୧୮୯୩ ମସିହା ଫେବୃୟାରୀ ୬ ତାରିଖରେ ସେ ବିଦ୍ୟାଶିକ୍ଷା ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ ।
ସେହିପରି ୧୮୯୩ ମସିହା ଜୁନ୍ ୨୬ ତାରିଖରେ ସେ ସର୍ବପ୍ରଥମେ ସାମ୍ବାଦିକତା କ୍ଷେତ୍ରରେ ପଦାର୍ପଣ କରିଥିଲେ । ସେ ଦିନ ତାଙ୍କ ଜୀବନର ପ୍ରଥମ ଲେଖା ମରାଠି ସାପ୍ତାହିକ ପତ୍ରିକା ‘ଇନ୍ଦୁ ପ୍ରକାଶ’ ରେ ‘ଭାରତ ଓ ବ୍ରିଟିଶ୍ ପାର୍ଲ୍ୟାମେଂଟ୍ ଶୀର୍ଷକ ରୂପେ ପ୍ରକାଶ ପାଇଥିଲା । ତା ପରଠାରୁ ସେହି ପତ୍ରିକାରେ ଧାରାବାହିକ ରୂପେ ତାଙ୍କର ଲେଖା ପ୍ରକାଶ ପାଇଲା ।ଏହି ସବୁ ଲେଖାଗୁଡିକ ରେ ସେ ‘ବନ୍ଦେମାତରଂ’ ରାଷ୍ଟ୍ରଗୀତ ର ପ୍ରଣେତା ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସେ ବଙ୍ଗଳାରୁ ଦୈନିକ ପ୍ରକାଶିତ ପତ୍ରିକା ଯୁଗାନ୍ତର ରେ ନିୟମିତ ଲେଖୁଥିଲେ । ତାଙ୍କର ବଡଭାଈ ଶ୍ରୀ ବରିନ୍ଦ୍ର ଘୋଷ ୧୯୦୬ ମାର୍ଚ୍ଚ ମାସରେ ଏହି ପତ୍ରିକା ପ୍ରତିଷ୍ଠା କରିଥିଲେ ।
୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ‘ବନ୍ଦେ ମାତରଂ’ ପତ୍ରିକା ଆତ୍ମପ୍ରକାଶ କଲା । ଶ୍ରୀ ଅରବିନ୍ଦ ସେହି ପତ୍ରିକାର ପ୍ରତିଷ୍ଠାକାଳରୁ ଶ୍ରୀ ବିପିନ ଚନ୍ଦ୍ର ପାଲଙ୍କ ସହଯୋଗୀ ସମ୍ଫାଦକ ରୂପେ କାର୍ଯ୍ୟ କରିଥିଲେ । ପ୍ରଥମେ ଏହା ଦୈନିକ ପତ୍ରିକା ରୂପେ ପରେ ୧୯୦୭ ଜୁନ୍ ୨ ତାରିଖରୁ ଏହା ସାପ୍ତାହିକ ପତ୍ରିକା ରୂପେ ପ୍ରକାଶ ପାଇଲା । ଶ୍ରୀଅରବିନ୍ଦଙ୍କ ଲେଖାଗୁଡିକ ରେ ରାଷ୍ଟ୍ର ଭକ୍ତିର ଭାବନା ଝଂକୃତ ହେଉଥିଲା । ସେତେବେଳେ ଇଂରେଜମାନେ ଷଡଯନ୍ତ୍ର କରି ୧୯୦୫ ମସିହାରେ ବେଙ୍ଗଲକୁ ଦୁଇଭାଗ କରିଥିଲେ । ଯାହା ବଙ୍ଗଭଙ୍ଗ ନାମରେ ସୁପ୍ରସିଦ୍ଧ । ଏହା ବିରୁଦ୍ଧରେ ଶ୍ରୀ ଅରବିନ୍ଦ ନିଜର ଲେଖା ମାଧ୍ୟମରେ ଦୃଢ଼ସ୍ୱର ଉତୋଳନ କରିଥିଲେ ।
ବିଦେଶୀ ପରାଧିନତାର ଶୃଙ୍ଖଳରୁ ମୁକ୍ତ ହୋଇ ଭାରତୀୟ ମାନେ ସ୍ୱାଧିନ ଜୀବନ ଯାପନ କରିବା ଆବଶ୍ୟକ । ଏଥିପାଇଁ ସମସ୍ତେ ସଂଗଠିତ ହୋଇ ସଂଘର୍ଷ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରୁଥିଲେ । ତାଙ୍କର ସାମ୍ବାଦିକତା ରେ ନିର୍ଭୟତା, ସ୍ୱାଧିନତା ଓ ରାଷ୍ଟ୍ରୀୟତା ମୂଳମନ୍ତ୍ର ଥିଲା । ଇଂରେଜମାନଙ୍କ କଠୋର ଦମନ ଲୀଳା ବିରୁଦ୍ଧ ରେ ନିର୍ଭୟ ହୋଇ ଜନ ମାନସ ରେ ରାଷ୍ଟ୍ରୀୟତାର ଜାଗରଣ କରୁଥିଲେ । ତାଙ୍କର ଲେଖାରେ ରାଷ୍ଟ୍ରୀୟତାର ଜ୍ଜ୍ୱାଳା ସହିତ ସଙ୍ଗଠନର ମନ୍ତ୍ର ଝଂକୃତ ହୋଇଥିଲା । ବହୁ ବିପ୍ଳବୀ ଙ୍କ ଅନ୍ତଃକରଣ ରେ ଏହି ବହ୍ନି ଜ୍ଜ୍ୱାଳାରେ ପରିଣତ ହୋଇଥିଲା । ସମଗ୍ର ସମାଜ ସଙ୍ଗଠନ ହୋଇ ଇଂରେଜ ବିରୁଦ୍ଧରେ ଦୃଢ଼ ସ୍ୱର ଉତୋଳନ କରିଥିଲେ । ଫଳରେ ଇଂରେଜମାନେ ବଙ୍ଗଭଙ୍ଗ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ ।
ଇଂରେଜ ମାନଙ୍କ କୋପ ଦୃଷ୍ଟି ବନ୍ଦେ ମାତରଂ ପତ୍ରିକା ଉପରେ ପଡିଲା । ୧୯୦୮ ଅକ୍ଟୋବର ୨୯ ତାରିଖରେ ଇଂରେଜମାନେ ବନ୍ଦେମାତରଂ ପତ୍ରକା ଉପରେ କଟକଣା ଜାରି କରି ତାର କାର୍ଯ୍ୟଳୟକୁ ବନ୍ଦ କରିଦେଇଥିଲେ । ପତ୍ରିକାର କଣ୍ଠରୋଧ କରାଗଲା , କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଲେଖା ଭାରତୀୟ ଜନମାନସରେ ଅଲିଭା ଛାପ ଉଦ୍ରେକ କରିଥିଲା ।ତାଙ୍କର ବନ୍ଦେମାତରଂ ପତ୍ରିକାରେ ଲେଖା ଗୁଡିକରେ ସେ ଇଂରେଜ ପ୍ରେରିତ ପାଶ୍ଚାତ୍ୟ ଚିନ୍ତନ ବିରୁଦ୍ଧରେ ଭାରତୀୟ ସନାତନ ଦର୍ଶନ କୁ ସ୍ୱଷ୍ଟ ରୂପେ ଉଜାଗର କରିଥିଲେ । ପ୍ରତ୍ୟେକ ଭାରତୀୟ ନିଜର ସନାତନ ସଂସ୍କୃତି ଓ ଜୀବନ ମୂଲ୍ୟ ଆଧାର ରେ ଜୀବନ ଯାପନ କରି ‘ସ୍ୱରାଜ୍ୟ’ ପାଇଁ ଆନ୍ଦୋଳନ କରିବା ଆବଶ୍ୟକ ବୋଲି ସେ ଉଲ୍ଳେଖ କରିଥିଲେ ।
ରାଷ୍ଟ୍ର କଣ? ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦ କିପରି ପ୍ରତ୍ୟେକ ଭାରତୀୟ ଜନମାନସରେ ଉଦ୍ରେକ ହେବା ଆବଶ୍ୟକ? ସନାତନ ସଂସ୍କୃତି ଆଧାରରେ ସ୍ୱରାଜ୍ୟ ହାସଲ କିପରି କରାଯାଇପାରିବ? ଏ ସମସ୍ତ ପ୍ରଶ୍ନ ଗୁଡିକରେ ସାମାଜିକ –ସାଂସ୍କୃତିକ ଓ ଆଧ୍ୟାତ୍ôମକ ଉତର ତାଙ୍କ ର ଲେଖାରେ ଦେଖିବାକୁ ମିଳିଥିଲା । ଭାରତ ଏକ ବହୁ ପ୍ରାଚୀନ ରାଷ୍ଟ୍ର ଏହାର ଏକ ସ୍ୱତନ୍ତ୍ର ଅସ୍ମିତା ଅଛି । କେବଳ ରାଷ୍ଟ୍ରୀୟତା ଆଧାରରେ ଏହାକୁ ଅଖଣ୍ଡ ଓ ସ୍ୱାଧିନ ସ୍ୱରାଜ ରାଷ୍ଟ୍ରର ଜୀବନ ଶକ୍ତି କରିପାରିବା । ଏହାହିଁ ତାଙ୍କ ଲେଖାଗୁଡିକରେ ମୂଳମନ୍ତ୍ର ଥିଲା ।
ତାଙ୍କର ଲେଖାର ଭାଷା ଇଂରାଜୀ ଥିଲା । ବନ୍ଦେ ମାତରଂ ପତ୍ରିକା ଇଂରାଜୀଭାଷାରେ ପ୍ରକାଶ ପାଇଥିଲା । ସୁନ୍ଦର, ସରଳ, ସାବଲୀଳ ଇଂରାଜୀ ଭାଷାରେ ଇଂରେଜ ମାନଙ୍କୁ ଆକ୍ଷେପ କରିବା ସହିତ ତତ୍ କାଳୀନ ଇଂରାଜୀ ପଢ଼ୁଆ ଯୁବ ସମାଜ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଉଦ୍ରେକ କରିପାରିଥିଲେ । କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ ShaksiNews