କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଦରମୈୟା

କର୍ଣ୍ଣାଟକ: ଆଜିଠୁ କର୍ଣ୍ଣାଟକାରେ ଆରମ୍ଭ ହେବ ସିଦ୍ଦରମୈୟା ଯୁଗ । କଂଗ୍ରେସ ଗଢ଼ିବ ନୂଆ ସରକାର । ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଜୋରସୋର ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ। ଆଜି ଶପଥ ଗ୍ରହଣ ସମାରୋହରେ ପ୍ରାୟ ୨୫ରୁ ୨୮ ମନ୍ତ୍ରୀ ଶପଥ ନେବେ ବୋଲି ଜଣାଯାଇଛି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଏକ ଗ୍ରାଣ୍ଡ ସେଲିବ୍ରିଶନ କରିବାକୁ କଂଗ୍ରେସ ତରଫରୁ ଜୋର ସୋରରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ୟୁପିଏ ଚେୟାର ପର୍ସନ ସୋନିଆ ଗାନ୍ଧି, ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏହାବାଦ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମେଣ୍ଟ ସରକାରଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।