ଚଣ୍ଡିଗଡ଼: ରାଜ୍ୟରେ ବିଦ୍ୟୁତ ଶକ୍ତିର ଅଭାବକୁ ନେଇ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବାବେଳେ ଖୋଦ ସିଦ୍ଧୁଙ୍କ ଉପରେ ବିଦ୍ୟୁତ ବିଲ ବାବଦକୁ ୮ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବାକି ପଡିଥିବା ଜଣାପଡିଛି । ସିଦ୍ଧୁଙ୍କ ଅମୃତସରସ୍ଥିତ ବାସଭବନରେ ବିଦ୍ୟୁତ ବିଲ ବାବଦରେ ୮, ୬୭,୫୪୦ ଟଙ୍କା ବକେୟା ପଡିିଛି ବୋଲି ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନରୁ ପ୍ରକାଶ ପାଇଛି ।