ମୁମ୍ବାଇ: ବାହା ହେବାର ୨ମାସ ପରେ ମା ହେବେ ନେହା । ବଲିଉଡ ସିଙ୍ଗର ନେହା କକ୍କର ନିକଟରେ ନିଜ ପ୍ରଶଂସକଙ୍କୁ ମା ହେବାର ଖୁସି ଖବର ଦେଇଛନ୍ତି। ରୋହନପ୍ରୀତଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ନେହା ଏବିଷୟରେ ସୂଚନା ଦେଇଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ନେହା କ୍ୟାପସନରେ ଲେଖିଛନ୍ତି – ‘#khayarakhyakar#’।
ନେହା କକ୍କରଙ୍କ ଗର୍ଭାବସ୍ଥା ଖବରକୁ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁ ନାହାନ୍ତି। ନେହା ପାଖାପାଖି ୨ମାସ ତଳେ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି। ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବାର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ।