ନୂଆଦିଲ୍ଲୀ : ଗାୟିକା ନେହା ଭାସିନ୍ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ନେହା ଭାସିନ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ କୋଭିଡ ପଜିଟିଭ ହୋଇଛନ୍ତି ବୋଲି ଲେଖିଛନ୍ତି ।
ସେପହିପରି ସେ କହିଛନ୍ତି ମୁଁ ଗତ ୪୮ ଘଣ୍ଟା ଧରି ଜ୍ୱରରେ ଆକ୍ରାନ୍ତ ଅଛି । ଏହା ସହ ଲେଖିଛନ୍ତି ମୁଁ ବର୍ତ୍ତମାନ ଭଲ ହେବାରେ ଲାଗିଛି ଓ ଖୁବଶୀଘ୍ର ସୁସ୍ଥ ହୋଇଯିବି । ସେ ଆହୁର ମଧ୍ୟ କହିଛନ୍ତି ଯେଉଁମାନେ ଗତ କିଛିଦିନ ତଳେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।