ଶିଳ୍ପାଙ୍କ ମା’ ଆଣିଲେ ଠକେଇ ଅଭିଯୋଗ

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି ଓ ଏହାର ତଦନ୍ତ ଜାରି ରହିଛି । ଏହାମଧ୍ୟରେ ଶିଳ୍ପାଙ୍କ ମା’ ସୁନନ୍ଦା ଶେଟ୍ଟୀଙ୍କ ସହ ଜଡିତ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ୧.୬ କୋଟି ମୂଲ୍ୟର ଜମି ଚୁକ୍ତି ମାମଲାରେ ଠକେଇ ହୋଇଥିବା ସୁନନ୍ଦା ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ, ଶିଳ୍ପା ଶେଟ୍ଟୀଙ୍କ ମା’ ସୁନନ୍ଦା ଶେଟ୍ଟୀ ଜମି ଚୁକ୍ତି ମାମଲାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ନକଲି କାଗଜପତ୍ର ମାଧ୍ୟମରେ ସୁନନ୍ଦାଙ୍କୁ ୧.୬ କୋଟି ମୂଲ୍ୟର ଜମି ବିକ୍ରି କରିଥିଲେ । ଆଇପିସି ଅଧୀନରେ ମାମଲା ରୁଜୁ ହୋଇଛି । ତେବେ ଘଟଣାରେ ଶିଳ୍ପା ଶେଟ୍ଟୀଙ୍କ ପ୍ରତିକ୍ରିୟା କ’ଣ ତାହା ଦେଖିବା ବାକି ରହିଲା ।