ମୁମ୍ବାଇ: ପର୍ଣ୍ଣ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଘାଟାରେ ପଡିଛନ୍ତି ଅଭିନେତ୍ରୀ ଶିଲ୍ପା । ତାଙ୍କୁ ରାଜଙ୍କ ପାଇଁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ରାଜ କୁନ୍ଦ୍ରା ଗିରଫ ପରେ ଶିଲ୍ପା ସେଟ୍ଟି ଲୋକପ୍ରିୟ ଟିଭି ରିଆଲିଟି ଶୋ’ ସୁପର ଡ୍ୟାନ୍ସର-୪ରୁ ଗାଏବ ହୋଇଯାଇଛନ୍ତି । ଶିଲ୍ପା ଗତ ୩ ସିଜନ ଧରି ଏହି ଶୋ’କୁ ଗୀତା କପୁର ଏବଂ ଅନୁରାଗ ବାସୁଙ୍କ ସହ ଜଜ୍ କରୁଥିଲେ ଚଳିତ ବର୍ଷ ମଧ୍ୟ ସେ ଜଜ୍ ସିଟରେ ବସିଥିଲେ । କିନ୍ତୁ ସ୍ୱାମୀଙ୍କ ଗିରଫ ପରେ ତାଙ୍କ ହାତରୁ ଏହି ଶୋ’ ଚାଲି ଯାଇଛି । ଏଥିସହ ତାଙ୍କର ୨ କୋଟି ଟଙ୍କାର କ୍ଷତି ମଧ୍ୟ ହୋଇଛି । ଏହି ଶୋ’କୁ ଜଜ୍ କରିବା ପାଇଁ ଶିଲ୍ପାଙ୍କୁ ପ୍ରତି ଏପିସୋଡ ପିଛା ୧୮ରୁ ୨୦ ଲକ୍ଷ ଟଙ୍କା ମିଳୁଥିଲା । ପ୍ରତି ସପ୍ତାହରେ ଏହି ଶୋ’ର ଦୁଇଟି ଏପିସୋଡ ପ୍ରସାରିତ ହେଉଛି, କିନ୍ତୁ ଗତ ଚାରି ଏପିସୋଡ ଧରି ଶିଲ୍ପାଙ୍କୁ ଏହି ଶୋ’ର ଆଉ ଦେଖିବାକୁ ମିଳୁନାହିଁ ।