ନୂଆଦିଲ୍ଲୀ: ଲଦାଖର ଚର୍ଚ୍ଚିତ ଚେହେରା ସୋନମ ୱାଙ୍ଗଚୁକଙ୍କ ପ୍ରତି କେନ୍ଦ୍ର ସରକାର ଉଦାରପଣିଆ ଦେଖାଇଛନ୍ତି। ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ସରକାର ତାଙ୍କ କ୍ଷମତା ବ୍ୟବହାର କରି ସୋନମ ୱାଙ୍ଗଚୁକଙ୍କ ଅଟକକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି। ଏହାର ଅର୍ଥ ସୋନମ ୱାଙ୍ଗଚୁକଙ୍କୁ ମୁକ୍ତ କରାଯିବ। ଗୃହ ମନ୍ତ୍ରଣାଳୟ କହିଛି ଯେ ସରକାର ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ। ଏହି ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ଏହି ନିଷ୍ପତି ନିଆଯାଇଛି।
ସାମ୍ବିଧାନିକ ସୁରକ୍ଷା ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ହିଂସାକୁ ଉସୁକାଇବା ଏବଂ ଉତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ସେପ୍ଟେମ୍ବର ୨୦୨୫ରେ ଲେହ ଅଂଚଳରୁ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ ଅଧୀନରେ ଯୋଧପୁର ଜେଲରେ ରଖାଯାଇଥିଲା।