କୋଭିଡ଼ ପରେ ଫଙ୍ଗଲ ସଂକ୍ରମଣରେ ସଂକ୍ରମିତ ହେଲେ ସୋନିଆ ଗାନ୍ଧୀ
ପୋଷ୍ଟ କୋଭିଡ଼ ଇଫେକ୍ଟ ଏବଂ ଶ୍ୱାସକ୍ରିୟାର ନିମ୍ନ ଭାଗରେ ଫଙ୍ଗଲ ସଂକ୍ରମଣରେ ଚିହ୍ନଟ କରାଯାଇଛି…
ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ସଭାପତି ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସେ ନିଜକୁ ଅଲଗା କରି ଚିକିତ୍ସିତ ହେଉଥିଲେ କିନ୍ତୁ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସୋନିଆ ବର୍ତ୍ତମାନ ପୋଷ୍ଟ କୋଭିଡ଼ ପ୍ରଭାବ ସହିତ ଫଙ୍ଗଲ ସଂକ୍ରମଣ ସହ ଲଢ଼ୁଛନ୍ତି । ସୂଚନାଯୋଗ୍ୟ ଯେ, ସୋନିଆ ଗାନ୍ଧୀଙ୍କର କରୋନା ରୋଗରେ ଆକ୍ରାନ୍ତ ହେବା ପରେ ହଠାତ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା, ପରେ ତାଙ୍କୁ ଜୁନ ୧୨ରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ପୋଷ୍ଟ କୋଭିଡ଼ ଇଫେକ୍ଟ ଏବଂ ଶ୍ୱାସକ୍ରିୟାର ନିମ୍ନ ଭାଗରେ ଫଙ୍ଗଲ ସଂକ୍ରମଣରେ ଚିହ୍ନଟ କରାଯାଇଛି ।