ସୋନିଆଙ୍କୁ ଜୁଲାଇ ୨୧ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ

ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି….

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଆସନ୍ତା ଜୁଲାଇ ୨୧ରେ ହିଡିରେ ହାଜର ହେବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୋନିଆ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ଅଧିକ ଦିନ ସମୟ ମାଗିଥିଲେ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୦ ଘଣ୍ଟା ପଚରାଉଚରା କରିଛି ଇଡି । ଅଭିଯୋଗ ରହିଛି, ସୋନିଆ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ଏକ କମ୍ପାନି ତିଆରି କରିଥିଲେ ଏବଂ ଏହି କମ୍ପାନିରେ ସେଲ୍‌ କମ୍ପାନି ଗୁଡିକ ଜରିଆରେ ଲୋନ ନିଆଯାଇଥିଲା । ଅଭିଯୋଗ ଅନୁସାରେ କଂଗ୍ରେସ ୯୦ କୋଟି ଟଙ୍କାର କଥିତ ଲୋନ ଏଜେଏଲକୁ ଦେଇଥିଲା । ଅଭିଯୋଗ ଏହା ମଧ୍ୟ ଯେ, ୯୦ କୋଟିର ଲୋନ ପରିବର୍ତ୍ତେ ୟଙ୍ଗ ଇଣ୍ଡିଆ କଂଗ୍ରେସକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା । ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି ।