ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କୁ ନେଇ ଜାରି ରହିଥିବା ହଙ୍ଗାମା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତ ଇରାନୀ ମୁହାଁମୁହିଁ ହୋଇଛନ୍ତି । ସୂତ୍ର ଅନୁଯାୟୀ, ଉକ୍ତ ଘଟଣାରେ ମୋ ନାମ କାହିଁକି ନିଆଯାଉଛି ବୋଲି ରମା ଦେବୀଙ୍କୁ ସୋନିଆ କହୁଥିଲେ । ଏହି ସମୟରେ ସ୍ମୃତ ଇରାନୀ ପହଞ୍ଚି ‘ମ୍ୟାମ୍ ଆପଣଙ୍କୁ ମୁଁ ହେଲ୍ପ କରିପାରେ କି’ ବୋଲି କହିଥିଲେ । ଏହାର ଜବାବରେ ‘ମୋ ସହ କଥା ହୁଅନି’ ବୋଲି ସୋନିଆ କହିଥିଲେ । ଉଭୟ ଦଳର ସାଂସଦ ମଧ୍ୟ ସେଠାରେ ପହଞ୍ଚି ନାରାବାଜି କରିଥିଲେ । ସେତିକି ବେଳେ ଗୌରବ ଗୋଗୋଇ ଓ ସୁପ୍ରିୟା ସୁଲେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଗୋଟିଏ ବୟାନରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରର ପତ୍ନୀ କହିଥିଲେ । ସେଥିପାଇଁ ବିଜେପି ସାଂସଦ ତାଙ୍କୁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ କହିଥିଲେ । ଅଧୀର ନିଜ ଭୁଲ ବୁଝିପାରି ତୁରନ୍ତ କ୍ଷମା ମାଗିଥିଲେ ।