ସୋନିଆଙ୍କୁ ୩ ଘଣ୍ଟା ଜେରା: ପୁଣି ୨୫ରେ ହାଜର ହେବେ

ଏଥିପାଇଁ ତାଙ୍କୁ ୨୫ରେ ପୁଣି ହାଜର ହେବାକୁ ନୋଟିସ କରାଯାଇଛି…..

ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ପ୍ରଶ୍ନ କରିଥିଲେ । ସୋନିଆ ଇଡି ଅଫିସ ଭିତରେ ଥିବାବେଳେ ବାହାରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଇଡି ଅଫିସ ଭିତରେ ମା’ଙ୍କୁ ଅପେକ୍ଷା କରି ରହିଥିଲେ । ଜେରା ଶେଷ ହେବା ପରେ ପ୍ରିୟଙ୍କାଙ୍କ ସହ ସୋନିଆ ଘରକୁ ଫେରିଛନ୍ତି । ଏଥିପାଇଁ ତାଙ୍କୁ ୨୫ରେ ପୁଣି ହାଜର ହେବାକୁ ନୋଟିସ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ଜେରା କରିଥିଲା । ସୂଚନାଯୋଗ୍ୟ ଯେ, ସୋନିଆ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ଆଜି ଜେରା ବେଳେ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା ।