ଫେମ୍‌ ସୋନାରିକାଙ୍କ ବିକିନି ଲୁକ୍‌

ମୁମ୍ବାଇ: ବଲିଉଡ ଟିଭି ଅଭିନେତା ଫେମ୍‌ ସୋନାରିକା ଭଦୋରିଆଙ୍କ ନୂଆ ବୋଲ୍ଡ ଅନ୍ଦାଜରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୋନାରିକାଙ୍କ ବିକିନି ଲୁକ୍‌ ବୋଲ୍ଡ ଫଟୋ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଟିଭି ଶୋ’ରେ ଲେହେଙ୍ଗା-ସାଢି ଓ ଅଳଙ୍କାରରେ ସଜ୍ଜିତ ହୋଇଥିବା ତାଙ୍କ ନୂଆ ଫଟୋଗୁଡିକରେ ସମ୍ପୂର୍ଣ୍ଣ ଅଲଗା ଲାଗୁଛନ୍ତି । ସେ ବିକିନି ପିନ୍ଧି ସମୁଦ୍ର ଭିତରେ ଠିଆ ହୋଇଥିବା ଦେଖାଯାଇଛନ୍ତି । ସେ ଚାନ୍ଦିନୀ ରାତିରେ ବିକିନି ଲୁକରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ସୋନାରିକା ଭଦୋରିଆ ଜଣେ ଜଣାଶୁଣା ତେଲୁଗୁ ଷ୍ଟାର୍‌ । ସେ ଦେବୋଁ କେ ଦେବ ମହାଦେବରେ ପାର୍ବତୀ ଅଭିନୟ ପାଇଁ ଜଣାଶୁଣା । ତେବେ ସେ ୨୦୧୯ ପରଠାରୁ ଟିଭି ପରଦାରୁ ଦୁରେଇ ଅଛନ୍ତି ।