ନିଜେ ନିଜକୁ ବାହା ହେଲେ କ୍ଷମା ବିନ୍ଦୁ
କ୍ଷମାଙ୍କ ବିବାହରେ ପରିବାର ଲୋକରୁ ନେଇ ସଂପର୍କୀୟ, ବନ୍ଧୁପରିଜନ ସମସ୍ତେ ଉପସ୍ଥିତ ରହିଥିଲେ…
ନୂଆଦିଲ୍ଲୀ : ବଡଦୋରାର ୨୪ ବର୍ଷୀୟ କ୍ଷମା ବିନ୍ଦୁ ନିଜକୁ ନିଜେ ବାହାହେବା ଲାଗିନିଷ୍ପତ୍ତି ନେଇଥିବା ସ୍ଥିତିକୃତ ତାରିଖର ୩ ଦିନ ପୂର୍ବରୁ ବିବାହ କରି ସାରିଛନ୍ତି । କ୍ଷମା ତାଙ୍କ ଘରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ତାଙ୍କର ହଳଦୀ, ମେହନ୍ଦୀ, ସଂଗୀତ ସବୁ କିଛି ହୋଇଛି । କ୍ଷମାଙ୍କ ବିବାହରେ ପରିବାର ଲୋକରୁ ନେଇ ସଂପର୍କୀୟ, ବନ୍ଧୁପରିଜନ ସମସ୍ତେ ଉପସ୍ଥିତ ରହିଥିଲେ । କେବଳ ଏହି ବିବାହରେ ବର ଓ ପଣ୍ଡିତ ନଥିଲେ । କ୍ଷମା ଜୁନ ୧୧ ତାରିଖରେ ବିବାହ କରିଥାନ୍ତେ । ମାତ୍ର ତାଙ୍କ ମନରେ ଭୟ ଥିଲା ଯେ ସେଦିନ କେହି ତାଙ୍କ ଘରକୁ ଆସି କାଳେ କୈଣସି ପ୍ରକାରର ହଙ୍ଗାମା ସୃଷ୍ଟି କରିଦେବେ । ତାଙ୍କୁ ବରାବର ଲୋକଙ୍କ ନିକଟରୁ ଧମକ ମିଳୁଥିବା ହେତୁ ସେ ତାଙ୍କ ସ୍ୱତନ୍ତ୍ର ଦିନକୁ ନଷ୍ଟ ନ କରିବାରୁ ଜୁନ ୮ ତାରିଖରେ ହିଁ ବିବାହ କରି ଦେଇଛନ୍ତି ।