୫୦ ପ୍ରତିଶତ କ୍ଷମତାରେ ଉଡାଣ ଭରିବ ସ୍ପାଇସଜେଟ

ସ୍ପାଇସଜେଟ ବିମାନରେ ଲଗାତାର ଭାବେ ଦେଖା ଦେଇଥିବା ତ୍ରୁଟିକୁ…

ନୂଆଦିଲ୍ଲୀ: ସ୍ପାଇସଜେଟ ବିମାନରେ ଲଗାତାର ଭାବେ ଦେଖା ଦେଇଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ସ୍ୱାଇସଜେଟ ଏବେ ୮ ସପ୍ତାହ ପାଇଁ ୫୦ ପ୍ରତିଶତ ଯାତ୍ରୀଙ୍କ ସହ ଉଡାଣ ଭରିବ । ଡିଜିସିଏ କହିଛି ଯେ, ସ୍ପାଇସଜେଟ ଏକ ସୁରକ୍ଷିତ, କୁଶଳ ଓ ବିଶ୍ୱାସନୀୟ ଉଡାଜାହାଜ ପରିବହନ ସେବା ସ୍ଥାପନ କରିବାରେ ବିଫଳ ହୋଇଛି । ସମସ୍ତ ତ୍ରୁଟିରେ ସୁଧାର ଆଣିବା ପାଇଁ ଏୟାରଲାଇନ ପ୍ରୟାସ ଜାରି ରଖିଛି । କିନ୍ତୁ ସୁରକ୍ଷିତ ଓ ବିଶ୍ୱାସନୀୟ ଉଡାଜାହଜ ସେବା ପାଇଁ ନିଜ ପ୍ରୟାସକୁ ବଜାୟ ରଖିବା ଉଚିତ ।