ଚଳିତ ଆଇପିଏଲ ମେଗା ନିଲାମରୁ ବାଦ ପଡିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ : ଚଳିତ ଆଇପିଏଲ-୨୦୨୨ ମେଗା ନିଲାମରୁ ବାଦ ପଡିଛନ୍ତି ଏସ ଶ୍ରୀସନ୍ଥ । ଅନ୍ୟପକ୍ଷରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜି ନେଇନଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ । ଆଇପିଏଲ ୨୦୨୨ ନିଲାମ ପାଇଁ ସେ ନିଜ ନାମ ପଞ୍ଜୀକୃତ କରିଥିଲେ ସୁଦ୍ଧା ତାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି ।