ନୂଆଦିଲ୍ଲୀ : ଶ୍ରୀହିନ ହେଉଛି ଶ୍ରୀଲଙ୍କା । ଶ୍ରୀଲଙ୍କାରେ ଆର୍ଥିକ ସଂକଟରେ ଅସ୍ତବ୍ୟସ୍ତ ହେଲେଣି ସେଠାକାର ନାଗରିକ । ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଆକାଶଛୁଆଁ ଦର ହେବା ସହ ରାଜକୋଷରେ ବୈଦେଶିକ ମୁଦ୍ରା ହ୍ରାସ ପାଉଛି । ସେହିପରି ଶ୍ରୀଲଙ୍କା ବିଜୁଳି ସଂକଟ ଦେଖାଦେଇଛି । ଏଥିପାଇଁ ସେଠାରେ ଦିନକୁ ୧୦ ଘଣ୍ଟା ବିଜୁଳି କାଟ ହେବା ସହ ଷ୍ଟ୍ରିଟ୍ ଲାଇଟ ବନ୍ଦକରିବାକୁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ କହିଛନ୍ତି ଯେ ଶକ୍ତି ସଂଚୟ ପାଇଁ ଷ୍ଟ୍ରିଟ ଲାଇଟ ଲିଭାଇବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗ୍ରୀଷ୍ଣ ଋତୁ ପାଇଁ ଦେଶର ଜଳଭଣ୍ଡାର ଶୁଷ୍କ ହୋଇଯାଇଛି । ଆସନ୍ତା ମେ ବେଳକୁ ବର୍ଷା ହେଲେ ଜଳଭଣ୍ଡାରରେ ପାଣି ଆସିବ । ସେପର୍ଯ୍ୟନ୍ତ ଦେଶରେ ପାୱାର କଟ ଜାରି ରହିବ ବୋଲି ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସେଠାରେ କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ବିଦ୍ୟୁତ ଉତ୍ପାଦନ ବି ପ୍ରଭାବିତ ହୋଇଛି । ଏଥିପାଇଁ