ଇସ୍ଲାମାବାଦ: ପାକିସ୍ତାନ ପୁଣି ଥରେ ଶ୍ରୀନଗରରୁ ଶାରଜାହ ପାଇଁ ନିଜର ବାୟୁ ସୀମାରେ ଉଡ଼ାଣ ଉପରେ ରୋକ ମଧ୍ୟ ଲଗାଇଦେଇଛି । ଶ୍ରୀନଗରରୁ ଉଡ଼ାଣ ଭରିବାକୁ ଥିବା ବିମାନ ଉଦୟପୁର, ଅହମଦାବାଦ ଏବଂ ଓମାନ ଦେଇ ଶାରଜାହ ଯିବ । ଏଥିପାଇଁ ଅଧିକ ସମୟ ଲାଗିବାକୁ ଥିବା ବେଳେ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ପାକିସ୍ତାନର ଏହି ନିଷ୍ପତ୍ତି ଯୋଗୁଁ ଶ୍ରନଗରରୁ ଶାରଜାହ ଯାଉଥିବା ବିମାନକୁ ଏବେ ଅଧିକ ଏକ ଘଣ୍ଟା ସମୟ ଲାଗିବ । ପାକିସ୍ତାନର ଏହି ନିଷ୍ପତ୍ତିକୁ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଟ୍ୱିଟ କର କହିଛନ୍ତି ଯେ, ପାକିସ୍ତାନ ୨୦୦୯-୧୦ରେ ଠିକ ଏମିତି ହିଁ କରିଥିଲା ।