ପ୍ରେମିକାଙ୍କୁ ଗୁଳି ଓ ଶ୍ୱଶୁରଙ୍କୁ ହତ୍ୟା ଅଭିଯୋଗରେ ସବ୍ ଇନ୍ସପେକ୍ଟର ଗିରଫ

ନୂଆଦିଲ୍ଲୀ: ପ୍ରେମିକାଙ୍କୁ ଗୁଳି ଓ ଶ୍ୱଶୁରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହେଲେ ସବ୍ ଇନ୍ସପେକ୍ଟର ସନ୍ଦୀପ ଦହିୟା । ଦିଲ୍ଲୀର ଲାହୋରୀ ଗେଟ୍ ପୋଲିସ୍ ଷ୍ଟେସନରେ କାର୍ଯ୍ୟରତ ଥିବା ସବ୍ ଇନ୍ସପେକ୍ଟର ସନ୍ଦୀପଙ୍କୁ ଆଜି ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ସେ ୩ ଦିନ ଧରି ସରକାରୀ ପିସ୍ତଲ ସହିତ ଫେରାର ଥିଲେ ।
ସୂଚନା ଅନୁଯାୟୀ, ସବ୍ ଇନ୍ସପେକ୍ଟର ପ୍ରଥମେ ଆଲିପୁରରେ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଥିଲେ, ପରେ ସତବୀର ଭାଟି ନାମକ ଜଣେ ବ୍ୟକ୍ତିଙ୍କ ପାଦରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ସେ ସେଠାରୁ ଯାଇ ସୋମବାର ସକାଳେ ରୋହତକରେ ତାଙ୍କ ଶ୍ୱଶୁର ରଣଭବୀରଙ୍କୁ ହତ୍ୟା କରିଥିଲେ।

ହତ୍ୟା ପରେ ଇନ୍ସପେକ୍ଟର ଅନେକ ହ୍ୱାଟସଆପ ଗ୍ରୁପ ରେ ମେସେଜ୍ କରିଥିଲେ ଯେ “ମୋତେ ଧରିବା ବିଷୟରେ ବେଶି ଚିନ୍ତା କରନ୍ତୁ ନାହିଁ, ସିନ୍ଧୁ ବୋର୍ଡର କୁ ଆସି ମତେ ନେଇଯାଆନ୍ତୁ” ।ଖାଲି ସେତିକି ନୁହେଁ ସେ ତାଙ୍କ ଅପରାଧର ଟିକିନିକି କାହାଣୀ ହ୍ୱାଟସଆପ ମେସେଜ୍ ରେ ଲେଖିଥିଲେ ।
ମେସେଜ୍ ରେ ଲେଖାଥିଲା ଯେ, ମୋର ଏକ ହସ ଖୁସିର ପରିବାର ଥିଲା, ଯାହା ମୋ ଶ୍ୱଶୁରଙ୍କ ପାଇଁ ନଷ୍ଟ ହୋଇଯାଇଥିଲା, କାରଣ ସେ ଜଣେ ମିଥ୍ୟା ଏବଂ ଲୋଭୀ ପ୍ରବୃତ୍ତିର ବ୍ୟକ୍ତି ଥିଲେ, ଯିଏ ତାଙ୍କର ସମସ୍ତ ଉତ୍ତରାଧିକାରୀଙ୍କ ପରିବାରକୁ ବର୍ବାଦ କରିଦେଇଥିଲେ। ମୁଁ ମୋ ଘରକୁ ସମାଧାନ କରିବା ପାଇଁ ପ୍ରାୟ ଚାରି ବର୍ଷ ଚେଷ୍ଟା କଲି, କିନ୍ତୁ ମୋ ପତ୍ନୀଙ୍କୁ ମୋ ଶଶୁର ତାଙ୍କ କଥାରେ ନେଇଗଲେ ଏବଂ ସେ ମୋର ଅଧା ଦରମା ନେବାକୁ ଚେଷ୍ଟା କଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ” । ହେଲେ ଏହାକୁ ନେଇ ପୋଲିସ ଅଧିକାରୀ ଜଣଙ୍କର ତାଙ୍କ ପତ୍ନୀଙ୍କ ମଧ୍ୟରେ ବହୁ ବାଦ ବିବାଦ ଚାଲିଥିଲା। ଯେଉଥିପାଇଁ ଦୁହେଁ ପରସ୍ପରଠାରୁ ଅଲଗା ରହୁଥିଲେ।
ଏପରିକି ପୋଲିସ ଆହୁରି ମଧ୍ୟ କହିଛି ଯେ ଗିରଫ ପୋଲିସ ଅଧିକାରୀ ଜଣକ ଗତ ୧ ବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା। ତାଙ୍କୁ ରବିବାର ଦିନ ଗୁଳି କରି ଆହତ କରିଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣା ସମୟରେ ଦୁହେଁ କାରରେ ଥିଲେ। ଏହା ପରେ ସନ୍ଦୀପ ସରକାରୀ ପିସ୍ତଲ ନେଇ ଫେରାର୍ ହୋଇ ଯାଇଥିଲା ।
ଘଟଣାରେ ସବୁଠାରୁ ବଡ଼କଥା ହେଲା ମହିଳାଙ୍କୁ ସବ-ଇନ୍ସପେକ୍ଟର ଜୟବୀର ନିଜେ ଉଦ୍ଧାର କରିଥିଲେ । ଏହାପରେ ସେ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଉଥିବା ସମୟରେ ମହିଳା ଜଣଙ୍କ କହିଥିଲେ ଯେ ତାଙ୍କୁ ସବ୍-ଇନ୍ସପେକ୍ଟର ସନ୍ଦୀପ ଦହିୟା ଗୁଳି ମାରିଛନ୍ତି । ତେବେ ବର୍ତ୍ତମାନ୍ ମହିଳାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଗିରଫ ପରେ ସନ୍ଦୀପଙ୍କୁ ଦିଲ୍ଲୀର ଲାହୋରୀ ଗେଟ୍ ପୋଲିସ୍ ଷ୍ଟେସନରେ ରଖାଯାଇଛି ।