ଖୁବଶୀଘ୍ର ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ

ସ୍ୱାମୀ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଥିଲା……

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ପାଇଁ ବଢିଲା ଅଡୁଆ । ସ୍ୱାମୀ ରହୁଥିବା ସରକାରୀ ବଙ୍ଗଳା ୬ ସପ୍ତାହ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଏହି ବଙ୍ଗଳା ନଛାଡିବା ପାଇଁ ଆବେଦନ କରିଥିଲେ ସ୍ୱାମୀ ।

ହେଲେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆସନ୍ତା ୬ ସପ୍ତାହ ବା ଦେଢ ମାସ ମଧ୍ୟରେ ଉକ୍ତ ସରକାରୀ ବଙ୍ଗଳା ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାମୀ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ ଉକ୍ତ ବଙ୍ଗଳାରେ ରହି ଆସୁଥିଲେ ।